-
ରାଜ୍ୟରେ ବଢୁଛି ଆକ୍ଟିଭ ରୋଗୀଙ୍କ ସଂଖ୍ୟା
ଭୁବନେଶ୍ୱର, ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢୁଛି । ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରାଇ ନିଅନ୍ତୁ । ରାଜ୍ୟର ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ଏହା କହିଛନ୍ତି । ସେ କହିଛନ୍ତି ଯେ ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । କିନ୍ତୁ ଆକ୍ଟିଭ କେସ କିଛି ପରିମାଣରେ ବଢିଛି । ବର୍ତ୍ତମାନ ଆକ୍ଟିଭ କେସ ୬୨୯ ରହିଛି । ସେଥିରୁ ଅଧିକାଂଶ ହୋମ ଆଇଶୋଲେସନ ରେ ରହିଛନ୍ତି । ମେଡ଼ିକାଲ ରେ ମାତ୍ର ୧୨ ଜଣ ରହିଛନ୍ତି । ଗତକାଲି ୧୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତଥାପି ଅପେକ୍ଷା ଆମ ସ୍ଥିତି ଭଲ ରହିଛି । ଦୁଇ ଦିନିଆ ରାଜ୍ୟ ସାରା ମକଡ୍ରିଲ ଆରମ୍ଭ ହୋଇଛି । ଲୋକଙ୍କୁ ଅପିଲ କରୁଛୁ ।
ସେ କହିଛନ୍ତି ଯେ ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରାଇ ନିଅନ୍ତୁ । ଅବେହେଳା ନ କରି ଡାକ୍ତର ଙ୍କ ପରାମର୍ଶ ନେଇ ହୋମ ଆଇସୋଲେସନ ରେ ରହିବା ସହ ଲକ୍ଷଣ ଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।