ସାନଖେମୁଣ୍ଡି: ପାଟପୁର ଥାନା ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତର ବାଘୁଆପଲ୍ଲୀ ନିକଟ ନିଘଞ୍ଚ ଜଙ୍ଗଲରୁ ଜନୈକ ୭୦ବର୍ଷୟ ବୃଦ୍ଧଙ୍କ ଶବ ଉଦ୍ଧାର ଘଟଣା ପରେ ପାଟପୁର ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି କରି ଘଟଣାକୁ ଛାନଭିନ ପ୍ରକାରେ ଲୋକଲୋଚନକୁ ଆଣିଅଛି। ଚିନ୍ହିତ ସବ ବାଘୁଆପଲ୍ଲୀର ଅଙ୍ଗଦ ମଲ୍ଲିକ ଚିନ୍ହଟ ପରେ ଘଟଣାର ପରିପର୍ଶ୍ଵକ ସ୍ଥିତିକୁ ନଜରକୁ ନେଇ ବ୍ରହ୍ମପୁର ଫରେନସିକ ବିଭାଗର ତଥ୍ୟ ଓ ପୋଷ୍ଟମର୍ର୍ଟମ ତଥ୍ୟକୁ ଭିତ୍ତି କରି ଅଙ୍ଗଦ ମଲ୍ଲିକର ହତ୍ୟା କାରୀ ଓ ମୁଖ୍ୟ ଷଡଯନ୍ତ୍ର କାରୀଙ୍କୁ ଗିରଫ କରିବା ସହ ବ୍ୟବହାର ହୋଇଥିବା ମାରଣାସ୍ତ୍ରକୁ ହେପାଯତକୁ ନେଇଅଛି। ମିଳିଥିବା ସୂଚନା ଅନୁସାରେ ଅଙ୍ଗଦଙ୍କ ଦୁଇ ଜଣ ସ୍ତ୍ରୀ ଥିଲେ। ଅଙ୍ଗଦ ଝଡାଫୁଙ୍କା ସହ ଜଡ଼ିବୁଟିର ବ୍ୟବହାର ପାଇଁ ଅଞ୍ଚଳରେ ଜଣାଶୁଣା ଥିବା ହେତୁ ପ୍ରାୟ ଲୋକଙ୍କ ସମ୍ପର୍କରେ ଥିଲେ, ତାଙ୍କର କେହି ଶତ୍ରୁ ନଥିବା ଓ ଜଣେ ମଦ୍ୟପ ଭାବେ ଜଣାଶୁଣା ଥିଲେ। ଗ୍ରାମ ନିକଟ ଜୟପୁର କଲୋନୀ ବାସିନ୍ଦା ଟୁନା ନାୟକ ନିଜ ଭାଣିଜୀର ମୃତ୍ୟ ପାଇଁ ଏବଂ ନିଜ ପାରିବାରିକ କାରଣକୁ ନେଇ ଅଙ୍ଗଦ ଉପରେ ସନ୍ଦେହ ପ୍ରକଟ କରୁଥିଲେ। ପ୍ରତାପଗିରିରୁ ମୁନା ନାୟକ ଓ ସହଯୋଗୀ ଭାବେ ଖାରିଗୁଡାର ଲିଟୁ ବେହାରଙ୍କ ସହ ମିଶି ଏହି ଘଟଣା ଘଟାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଜୟପୁର ଯିବା ରାସ୍ତାରେ ଆସୁଥିବା ଅଙ୍ଗଦଙ୍କୁ ଧରି ପାଖ ଘଞ୍ଚ ବୁଦା ନିକଟକୁ ନେଇ କୌଣସି ଉଚ୍ଚ ଶବ୍ଦ ନକରି ମୁନା ଅଙ୍ଗଦଙ୍କ ବେକକୁ କାଟି ଥିବା ବେଳେ ଲିଟୁ ବେହେରା ଅଙ୍ଗଦଙ୍କୁ ମାଡି ବସିଥିଲେ। ଉଭୟ ମିଶି ମୃତ ଶରୀରକୁ ଘୋଷଡି ଘୋଷଡି ୫୦୦ ମିଟର ଧୁର ଜଙ୍ଗଲ ବୁଦାରେ ଫୋଫଡ଼ି ଦେଇଥିଲେ। ପରିବାର ଲୋକ ବହୁ ଖୋଜ ଖୋଜି କରି ମୃତ ଶବକୁ ଉଦ୍ଧାର କରିଥିଲେ। ପରେ ଅଙ୍ଗଦଙ୍କ ପ୍ରଥମ ପତ୍ନୀ ଥାନାରେ ଏତଲା ଦେଇଥିଲେ। ପାଟପୁର ଥାନାଧିକାରୀ ଶ୍ରୀ ଅଜୟ ବାରିକ ପ୍ରଥମେ ଏହାକୁ ଅପମୃତ୍ୟ ଆଖ୍ୟା ଦେଇ ସନ୍ଦେହ କରି ଘଟଣାର ଛାନଭିନ ସହ ତଦନ୍ତକାରୀ ଅଧିକାରୀ ଭାବେ ମହିଳା ଅଧିକାରୀ ପ୍ରୀତିମଞ୍ଜୁରୀ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଇ ଅନୁସନ୍ଧାନ ଜାରି ରଖିଥିଲେ। ଘଟଣାର ପୃଷ୍ଟଭିମି ରକ୍ତ, ଜବତ ଟର୍ଚ୍ଚ, ପିନ୍ଧାବସ୍ତ୍ର ସହ ସାଧାରଣ ତଦନ୍ତ ପ୍ରକାରେ ପ୍ରକୃତ ହତ୍ୟାକାରୀ ଚିନ୍ହଟ ସହ ଗିରଫ ହୋଇଥିବା ଆଜି ପାଟପୁର ଥାନାରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପତିତପାବନ ଚୌଧୁରୀ ସୂଚନା ଦେଇଛନ୍ତି। ଆସିକା ଏସ୍ଡ଼ିପିଓ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ ସମ୍ମିଳନୀରେ ଉପସ୍ଥିତ ରହି ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ସଫଳତାର ଶ୍ରେୟ ଦେଇଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
November 22, 2024