ଭୁବନେଶ୍ଵର, ଗତ କିଛି ଦିନ ହେଲା ରାଜ୍ୟରେ ଦିନ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ଵରରେ ସର୍ବାଧିକ ତାପମାତ୍ରା ରହିଛି ୩୭.୨ ଡ଼ିଗ୍ରୀ ।
ସେହିପରି ଝାରସୁଗୁଡାରେ ୩୭.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭ ଡ଼ିଗ୍ରୀ, ବାଲେଶ୍ଵରରେ ୩୬ ଡ଼ିଗ୍ରୀ, ସମ୍ବଲପୁରରେ ୩୬ ଡ଼ିଗ୍ରୀ, ହୀରାକୁଦରେ ୩୫.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୫ ଡ଼ିଗ୍ରୀ, ଗୋପାଳପୁରରେ ୩୫ ଡ଼ିଗ୍ରୀ, ପୁରୀରେ ୩୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।