ଭୁବନେଶ୍ୱର, ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବି ଉଠିଛି । ଭୁବନେଶ୍ୱର ବାଲିଯାତ୍ରା କମିଟି ଏହି ଦାବି କରିଛି । ଭୁବନେଶ୍ୱର ବାଲିଯାତ୍ରା କମିଟିର ପୂର୍ବତନ ସଭାପତି ଅଭୟ ବଡ଼ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭୁବନେଶ୍ୱର ଲୋକଂସଖ୍ୟା ୨୦୨୩ରେ ୧୧ ଲକ୍ଷ ୬୧ହଜାର ଥିଲା । ଓଡ଼ିଶାରେ ଥିବା ୧୨ଜିଲ୍ଲା ଯଥା ଦେବଗଡ଼, ନୟାଗଡ଼, ଗଜପତି, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ରାୟଗଡ଼ା, ଜଗତସିଂହପୁର, ମାଲକାନଗିରି ଜିଲ୍ଲାମାନଙ୍କ ଲୋକସଂଖ୍ୟା ଭୁବନେଶ୍ୱର ଲୋକସଂଖ୍ୟା ଠାରୁ କମ୍ ଥାଇ ଜିଲ୍ଲାର ମାନ୍ୟତା ପାଇଛନ୍ତି । ତେବେ ଭୁବନେଶ୍ୱରକୁ କାହିଁକି ଜିଲ୍ଲାର ମାନ୍ୟତା ପ୍ରଦାନ କରାଯାଉ ନାହିଁ । ରାଜଧାନୀ ନିର୍ମାଣର ୭୫ବର୍ଷ ପରେ ଭୁବନେଶ୍ୱର ଜିଲ୍ଲା ମାନ୍ୟତା ପ୍ରଦାନ ନିମନ୍ତେ ଭୁବନେଶ୍ୱର ବାଲିଯାତ୍ରା କମିଟି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ୧୦ ହଜାରରୁ ଉର୍ଦ୍ଧ୍ୱ ଦସ୍ତଖତ ଦସ୍ତାବିଜ, ଭୁବନେଶ୍ୱର ଜିଲ୍ଲା ମାନ୍ୟତା ପାଇଁ ଦାବିପତ୍ର ପ୍ରଦାନ କରିବ ।
Related Stories
November 22, 2024