
ବେଙ୍ଗାଲୁରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣାଟକ ଗସ୍ତରେ ଅଛନ୍ତି । ଆଜି ସେ ରାଜ୍ୟରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ।ସେ କର୍ଣାଟକ ଷ୍ଟେଟ ଓପନ ୟୁନିଭର୍ସିଟି ମୈସୁରଠାରେ ପ୍ରଜେକ୍ଟ ଟାଇଗରର 50 ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।