-
ସପ୍ତାହ ବ୍ୟାପୀ କଡା କଡ଼ି ହେଲା ଗାଡି ମୋଟର ଯାଞ୍ଚ,
ପୁରୀ, ଗତ 1 -04-2023 ରୁ 7-04-23 ପର୍ଯ୍ୟନ୍ତ ରାଜ୍ୟ ପରିବହନ ବିଭାଗ ସଚିବ ଉଷା ପାଢ଼ୀ ଓ କମିଶନର ଅରୁଣ ବୋଥ୍ରା ଙ୍କ ନିର୍ଦ୍ଧେଶ କ୍ରମେ ଓ ପୁରୀ ଜ଼ିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୱାର ବିଶ୍ଵାଲ ସିଂ ଙ୍କ ପରାମର୍ଶ କ୍ରମେ ଜ଼ିଲ୍ଲା ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ହୋଇ ଥିଲା l ଆରଟିଓ ରବୀନ ପଟ୍ଟନାୟକ ଓ ଡ଼ିଏସପି ଟ୍ରାଫିକ ଶ୍ରୀ ଶବର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ସପ୍ତାହିକ ଅଭିଯାନ ରେ ପୁରୀ ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳ ରେ କଡା କଡ଼ି ଭାବେ ଗାଡି ମୋଟର ଯାଞ୍ଚ କରି 4357 ଟି ଚାଲାଣ କରାଯାଇଛି l ଗତ 01-04 ରୁ 07-04 ଯାଏ ଆରମ୍ଭ ହୋଇଥିବା ଏହି ଅଭିଯାନ ରେ ଶୁକ୍ରବାର ଯାଏ ଅନେକ ଗାଡି ମୋଟର ର ଲାଇସେନ୍ସ, ପରମିଟ, ହେଲମେଟ, ସିଟବେଲ୍ଟ, ସବୁ ଯାଞ୍ଚ କରାଯାଇଥିଲା l ପୁରୀ, ଚନ୍ଦ୍ର ଭାଗା ଭଳି ବିଭିନ୍ନ ଅଞ୍ଚଳ ରେ ଦ୍ରୁତ ଗତି ରେ ନିଶା ଶକ୍ତ ଅବସ୍ଥା ରେ ପୁଣି ବିନା ପରମିଟ ରେ ଯାଉଥିବା ଅନେକ ଗାଡି କୁ ପରିବହନ ବିଭାଗ ଗୋଡ଼ାଇ ଗୋଡ଼ାଇ ଧରିଥିଲା l ଆରଟିଓ ରବୀନ ପଟ୍ଟନାୟକ ଙ୍କ ସମେତ ବିଭାଗ ର ସମସ୍ତ କର୍ମଚାରୀ ଓ ସମସ୍ତ ଅଞ୍ଚଳ ର ଥାନା ର ପୋଲିସ ଅଫିସର ଏହି ମେଗା ଅଭିଯାନ ରେ ସାମିଲ ଥିଲେ l ଏହି କାର୍ଯ୍ୟକ୍ରମ ରେ ହଜାର ଗାଡି ମୋଟର ଯାଞ୍ଚ କରାଯାଇଥିଲା l ଏହି ଅଭିଯାନ ରେ ଗାଡି ଚାଳକ ଙ୍କ ଡ଼ିଏଲ ଚେକିଂ, ସିଟ ବେଲ୍ଟ ଚେକିଂ, ହେଲମେଟ ଚେକିଂ, ଫାଇନ ସହିତ ଗାଡି ଜବତ, ଓଭର ସ୍ପିଡ଼ , ମୋବାଇଲ ୟୁଜ ଭଳି ପ୍ରମୁଖ କାରଣ ପାଇଁ ଅନେକ ଡ଼ିଏଲ କୁ ବାତିଲ କରାଯାଇ ଗାଡି ଚାଳକ ନାଁ ରେ ବିଭିନ୍ନ ମାମଲା ରୁଜୁ ହୋଇଛି l
ସହର ତଥା ସମଗ୍ର ଜ଼ିଲ୍ଲା ରେ ଦୁର୍ଘଟଣା ହାର ଓ ମୃତ୍ୟୁ ହାର ବୃଦ୍ଧି ପାଇଥିବାରୁ ଜ଼ିଲ୍ଲା ର ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ସାଧାରଣ ଲୋକ ଓ ପର୍ୟ୍ୟଟକ ଙ୍କ ଧନ ଜୀବନ ସୁରକ୍ଷା ଲାଗି ଆଗକୁ ଏ ଅଭିଯାନ କୁ ଆହୁରି କଡାକଡି କରାଯିବ l ଲୋକେ ଯେମିତି ଅଯଥା ରେ ଦଶ ହଜାର, ପନ୍ଦର ହଜାର ଓ ଲକ୍ଷ ଲକ୍ଷ ଟଙ୍କା ବସ ଟ୍ରକ ଗୁଡିକ ଫାଇନ ନ ଦେବେ ଏବଂ ନିଶା ଗ୍ରସ୍ତ ଅବସ୍ଥା ରେ ଗାଡି ନ ଚଳାଇବାବେ,ଏବଂ ଟ୍ରାଫିକ ନିୟମ କୁ ଶୃଙ୍ଖଳା ର ସହିତ ମାନିବାକୁ ଓ ଜ଼ିଲ୍ଲା ରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର କୁ କିଭଳି ରୋକା ଯାଇ ପାରିବ ଏଥିପାଇଁ ପୁରୀ ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସହର ତଥା ପୁରୀ ଜ଼ିଲ୍ଲା ବାସୀ ଙ୍କୁ ନିବେଦନ କରିଛନ୍ତି l ଏ ନେଇ ସହର ତଥା ଜ଼ିଲ୍ଲା ର ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ପୋଲିସ ସହାୟତା ରେ ଏ ଅଭିଯାନ କୁ ଆହୁରି ବ୍ୟାପକ କରାଯିବ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଆରଟିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l ଏଇ ମେଗା ଅଭିଯାନ ରେ ଆରଟିଓ ଶ୍ରୀ ପଟ୍ଟନାୟକ ଙ୍କ ସମେତ ଡ଼ିଏସପି ଟ୍ରାଫିକ, ଏମ ଭିଆଇ, ଆସିଷ୍ଟାଣ୍ଟ ଏମଭିଆଇ, ଟି ଆଇ ଓ ବିଭିନ୍ନ ଅଞ୍ଚଳ ର ବିଭିନ୍ନ ପୋଲିସ ଅଧିକାରୀ ପ୍ରମୁଖ ଉଭୟ ବିଭାଗ ର ସମସ୍ତ ଅଧିକାରୀ କର୍ମଚାରୀ ସାମିଲ ଥିଲେ l