
ଭୁବନେଶ୍ୱର,ଖୁବ ଶୀଘ୍ର ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ପ୍ରାର୍ଥୀ ଘୋଷଣା ହୋଇଯିବାର ସମ୍ଭାବନା ରହିଛି । ତେବେ ଉପ ନିର୍ବାଚନ ପାଇଁ ଦଳ ସମ୍ପୂର୍ଣ ଭାବେ ପ୍ରସ୍ତୁତ ରହିଛି । ବିଜେପି ଝାରସୁଗୁଡାରେ ରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ କରି ସାରିଛି । ପ୍ରାର୍ଥୀ ଘୋଷଣା ହେବା ମାତ୍ରେ ଦାୟିତ୍ୱ ଦିଆଯାଇଥିବା ନେତାଙ୍କ ତାଲିକା ମଧ୍ୟ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।