ଭୁବନେଶ୍ୱର, ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପଛରେ ବିଜେଡି ନେତାଙ୍କ ନାଁ ଅଛି। ପୂର୍ବରୁ ବିରୋଧୀ ଦଳ ନେତା ଏହା କହୁଥିଲେ ଆଉ ପରେ ବିଜେଡି ସେହି କଥାକୁ ସ୍ୱୀକାର କରିଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ବିଜେଡ଼ି ଅଫିସିଆଲି ପ୍ରମାଣ କରିଛି ଯେ ସେହି ନେତାଙ୍କର ସମ୍ପୃକ୍ତି ଅଛି ।
ସେ କହିଛନ୍ତି ଯେ ଯେଉଁଥିପାଇଁ ଝାରସୁଗୁଡାରେ ନବଙ୍କ ସମର୍ଥକ ତଥା ବିଜେଡ଼ି ଲୋକଙ୍କର କ୍ରୋଧ ଅଛି । କେମିତି ସେଥିରୁ ବଞ୍ଚିବେ ବିଜେଡ଼ି ଚେଷ୍ଟା କରୁଛି । ତେଣୁ ଜାଣିଶୁଣି ପର୍ଯ୍ୟବେକ୍ଷକ ତାଲିକାରୁ ସେହି ନେତା ମାନଙ୍କୁ ବାଦ ଦିଆଯାଇଥିବା କହିଛନ୍ତି ପୃଥ୍ୱୀରାଜ। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ସତ ଏଯାଏଁ ମର୍ଡର ମୋଟିଭ ଜଣାପଡିଲାନି। ଯାହାକୁ ନେଇ ବିଭିନ୍ନ ମହଲରେ ଆକ୍ରୋଶ ଦେଖିବାକୁ ମିଳିଛି।