
ରାଂଚି,ଝାଡ଼ଖଣ୍ଡର ତିନି ଜିଲ୍ଲାରେ ନକ୍ସଲ ମାନେ ଶୁକ୍ରବାର ରାତି ୧୦ଟାରୁ ୧୧ଟା ମଧ୍ୟରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୨ଟି ଗାଡିକୁ ପୋଡ଼ି ଦେଇଛନ୍ତି ।
ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ବୋକାରୋ ଏବଂ ରାମଗଡ଼ ଜିଲ୍ଲାରେ ମାନେ ବିରସେନଙ୍କ ଗୋଷ୍ଠି ଏହି ହିଂସାକାଣ୍ଡ ଘଟାଇଛନ୍ତି । ନକ୍ସଲ ମିଥିଳେଶ ମହତୋର ଆତ୍ମସମର୍ପଣ ପରେ ଏହି ଗୋଷ୍ଠି ସମ୍ପୃକ୍ତ ଅଂଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି ।
ପୁଲିସର ସୂଚନା ଅନୁଯାୟୀ, ବୋକାରୋ ଜିଲ୍ଲାର ମହୁଆଟାଂଡ ଥାନା ଅଂଚଳରେ ଏକ ଜେସିବି, ୪ଟି ଟ୍ରାକ୍ଟର ଏବଂ ରାମଗଡ଼ରେ ୨ଟି ଜେସିବି ଏବଂ ୩ଟି ଟ୍ରାକ୍ଟରକୁ ନକ୍ସଲମାନେ ପୋଡି ଦେଇଛନ୍ତି । ମହୁଆଟାଂଡ ଥାନା ଅଂଚଳରେ ପାଇପ୍ ଲାଇନ୍ କାର୍ଯ୍ୟରେ ନିୟୋଜିତ ଏସବୁ ଗାଡିକୁ ପୋଡି ଦିଆଯାଇଛି ।
ସେହିପରି ରାମଗଡ଼ ଜିଲ୍ଲାର ଗୋଲା ଥାନା ଅନ୍ତର୍ଗତ ପାରସାଡିହରେ ବିଏମ କମ୍ପାନୀ ପକ୍ଷରୁ ପୋଲ ନିର୍ମାଣ କାର୍ଯ୍ୟ ଜାରୀ ରହିଥିବା ବେଳେ ସେଠାରେ ପ୍ରାୟ ୧ ଡଜନ ନକ୍ସଲ ପହଂଚି ଗାଡିଗୁଡିକୁ ପୋଡ଼ି ଦେଇଛନ୍ତି ।