
ନୂଆଦିଲ୍ଲୀ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପୱାର ଶନିବାର ପୁଣିଥରେ କହିଛନ୍ତି ଯେ, ଗୌତମ ଅଦାନି ପ୍ରସଙ୍ଗରେ ସତ ସାମ୍ନାକୁ ଆଣିବା ନିମନ୍ତେ ସଂଯୁକ୍ତ ସଂସଦୀୟ କମିଟି (ଜେପିସି) ତୁଳନାରେ ସୁପ୍ରିମକୋର୍ଟଙ୍କ ତଦାରଖରେ ଗଠିତ ପ୍ୟାନେଲ ଅଧିକ ବିଶ୍ଵସନୀୟ ଅଟେ ।
ପୱାର ଆଜି ଗଣମାଧ୍ୟମକୁ ଦେଇଥିବା ଏକ ବୟାନରେ କହିଛନ୍ତି ଯେ, ଆମର ସମସ୍ତ ସାଥୀ ମାମଲାର ତଦନ୍ତ ପାଇଁ ଜେପିସି ଗଠନ ନିମନ୍ତେ ଦାବି କରିଛନ୍ତି, ଏହା ସତ୍ୟ ଅଟେ । କିନ୍ତୁ, ମୋତେ ଲାଗୁଛି ଜେପିସିରେ ୨୧ ରୁ ୧୫ ସଦସ୍ୟ ଶାସକ ଦଳର ରହିବେ । ଏହାଦ୍ଵାରା ଦେଶବାସୀଙ୍କ ସମ୍ମୁଖକୁ ସତ କେତେ ଦୂର ଆସିପାରିବ । ସେ କହିଛନ୍ତି ଯେ, ମୋ ଦଳ ଜେପିସି ଗଠନ ନେଇ ସମର୍ଥନ କରୁଛି । କିନ୍ତୁ, ମୋତେ ଲାଗୁଛି ଜେପିସିରେ ଶାସକ ଦଳର ଅଧିକ ସଦସ୍ୟ ରହିବେ, ଏଣୁ ସତ ସାମ୍ନାକୁ ଆସିପାରିବ ନାହିଁ । ଏଥିପାଇଁ ସୁପ୍ରିମକୋର୍ଟଙ୍କ ତଦାରଖରେ ଗଠିତ ପ୍ୟାନେଲ ସତକୁ ସାମ୍ନାକୁ ଆଣିବାର ଏକ ସବୁଠାରୁ ଭଲ ତରିକା ।