
ବଳରାମପୁର, ଉତରପ୍ରଦେଶର ବଳରାମପୁର ଜିଲ୍ଲାରେ ବଳରାମପୁର-ଉତରୌଲା ରୁଟ୍ ରେ ବଜାଜ ଚିନି ମିଲ୍ ଗେଟ୍ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ କାର୍ ରେ ଯାତ୍ରା କରୁଥିବା ୬ ଜଣଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକ ମାନଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । କିପରି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି ।
ଦେବରିୟା ଜିଲ୍ଲାର ଶ୍ରୀରାମପୁର ଥାନା ଅନ୍ତର୍ଗତ ବଂକୁଲ ଗ୍ରାମର ସୋନୁ ଶାହ ନିଜ ପରିବାର ସହିତ କାର୍ ଯୋଗେ ଉତରାଖଣ୍ଡରୁ ଦେବରିୟା ଫେରୁଥିଲେ । ବଳରାମପୁରରୁ ଉତରୌଲା ରୁଟ୍ ରେ ଶୁକ୍ରବାର ରାତିରେ ସେ ଫେରୁଥିବା ସମୟରେ ଶ୍ରୀଦତଗଞ୍ଜ ଥାନା ଅନ୍ତର୍ଗତ ବଜାଜ ଚିନି ମିଲ୍ ଗେଟ୍ ନିକଟରେ ସାମ୍ନାରୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କ କାର୍ କୁ ଧକ୍କା ଦେଇଥିଲା । ଫଳରେ କାର୍ ରେ ଥିବା ସୋନୁଙ୍କ ସମେତ ପରିବାରର ୬ ସଦସ୍ୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।