ଶୁକ୍ରବାର ଦିନ ସ୍ଵର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ୧୯ତମ ଶ୍ରଦ୍ଧାଞ୍ଜଳୀ ସଭା ଅବସରରେ ପୁରୀ ଡ୍ୟାନ୍ସ ଏକାଡେମୀ ଓ ଐତିହ୍ୟ ସଂସ୍କୃତି କୀର୍ତ୍ତି ତରଫରୁ ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଦୀପ ପ୍ରଜ୍ବଳନ କରି ପ୍ରଫେସର ଡକ୍ଟର ଅଶୋକ ମହାପାତ୍ର , ଭାଇସ୍ଚାନ୍ସଲାର ଶିକ୍ଷା ଓ ଅନୁସନ୍ଧାନ ଅନୁଷ୍ଠାନ,ଭୁବନେଶ୍ୱର କାର୍ଯକ୍ରମ ର ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ରୂପେ ଡକ୍ଟର ହରେକୃଷ୍ଣ ଶତପଥୀ, ଭାଇସେଚନ୍ସେଲର କିସ୍ ଇଉନିଭର୍ସିଟି ସମ୍ମାନିତ ଅତିଥି ରୂପେ ପୁରୀ ଡି ସି ଓ ଶ୍ରୀ ହେମନ୍ତ କୁମାର ବେହେରା ଓ ପ୍ରଖ୍ୟାତ ଅଭିନେତ୍ରୀ ମିସ ସ୍ମିତା ମହାନ୍ତି ଏବଂ ମୁଖ୍ୟ ବକ୍ତା ଶ୍ରୀ ପ୍ରିୟ ରଞ୍ଜନ ଦାସ ମଞ୍ଚାସିନ ଥିଲେ। ଅତିଥି କଳାକାର ରୂପେ ଭୁବନେଶ୍ୱର ର ରୁଦ୍ରାକ୍ଷ ଫାଉଣ୍ଡେସନ ଗ୍ରୁପ,ଶ୍ରୀଜନ ଗ୍ରୁପ, ସ୍ଵାଧୀନ ଦାସ ଓ ଗ୍ରୁପ ଏବଂ କଟକ ରୁ ନଟସୁତ୍ର ରିସର୍ଚ୍ଚ ଚାରିଟେବଲ ଟ୍ରଷ୍ଟ ର କଳାକାର ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଅମରାବତୀ ମହାରାଷ୍ଟ୍ର ରୁ ଆସିଥିବା ଡକ୍ଟର ମୋହନ ବୋଡେ ଙ୍କ ଗ୍ରୁପ କଥକ ନୃତ୍ୟ ପରିବେଷଣ କରିଥିଲେ । ପୁରୀ ଡ୍ୟାନ୍ସ ଏକାଡେମୀ ର ଛାତ୍ର ଛାତ୍ରୀ ମାନେ ଗୁରୁ ବ୍ରହ୍ମା , ଭୂମି ମଙ୍ଗଲମ୍, ସରସ୍ଵତୀ ବନ୍ଦନା, ବଟୁ, ଦେଖଗୋ, କୃଷ୍ଣ ତାଣ୍ଡବ ଅତି ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କୁ ମୋନୋରଞ୍ଜନ କରିଥିଲେ। ଅନୁଷ୍ଠାନ ତରଫରୁ କୋକିଳ ପ୍ରଭା ଦେବଦାସୀ ସମ୍ମାନ ରେ ବିଖ୍ୟାତ ଅନ୍ତରାଷ୍ଟ୍ରିୟ ନୃତ୍ୟ ଶିଳ୍ପୀ ଶ୍ରୀମତୀ ସଂଚିତା ଭଟ୍ଟାଚାର୍ଯ୍ୟ ଏବଂ ଗୁରୁ ଲିଙ୍ଗରାଜ ବେହେରା ସ୍ମୃତି ସମ୍ମାନ ରେ ପୂର୍ବତନ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଜ୍ୟୋତି ମହାପାତ୍ର ଙ୍କୁ ସମ୍ମାନିତ କରାଯାଇଥିଲା। ଏତଦ୍ ବ୍ୟତୀତ କାର୍ତ୍ତିକ ସେନାପତି, ଜଗନେଶ୍ୱର୍ ମହାନ୍ତି, ରାଜେଶ୍ୱର ମହାପାତ୍ର, ଦେବୀ ପ୍ରସନ୍ନ ଗାଙ୍ଗୁଲି ଆଦି ପ୍ରେସ ମିଡିଆ ଫଟୋଗ୍ରାଫର୍ ମାନଙ୍କୁ ସ୍ଵତନ୍ତ୍ର ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ରୋଜାଲିନ ମହାନ୍ତି ଓ ସୁସ୍ମିତା ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ଗୁରୁ ଶ୍ରୀ ନାରାୟଣ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
November 24, 2024
November 24, 2024