ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ୨୦୨୩ ପାଳିତ ହୋଇଯାଇଅଛି | ଚଳିତ ବର୍ଷ ର ବାର୍ତ୍ତା “ଉତ୍ତମ ସ୍ବାସ୍ଥ୍ୟ ସଭିଙ୍କ ପାଇଁ” ଉପରେ ଆଲୋଚନା କରାଯାଇଥିଲା । ସ୍ବାସ୍ଥ୍ୟ ସେବା କୁ ସାର୍ବଜନୀନ କରେଇବାକୁ ଏକ ସଚେତନତା ପଦଯାତ୍ରା ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭ ହୋଇ ଜିଲ୍ଲା ବଡ ଡାକ୍ତରଖାନା ପର୍ଯ୍ୟନ୍ତ ଆସିଥିଲା । ଏହି ପଦଯାତ୍ରା ରେ ଏ.ଏନ.ଏମ.ଟି. ସି ର ଛାତ୍ରୀ ମାନଙ୍କ ସହିତ, ସ୍ବାସ୍ଥ୍ୟ ବିଭାଗ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ଏହା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ, ଡାକ୍ତର ସୁଜାତା ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା | ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ନିଃଶୁଳ୍କ ସ୍ବାସ୍ଥ୍ୟ ଯୋଜନା ର ସୁବିଧା ସମସ୍ତ ଲୋକ ମାନଙ୍କ ପାଖରେ ପହଞ୍ଚେଇବା ପାଇଁ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା | ସ୍ବାସ୍ଥ୍ୟ ଦିବସ ପାଳନ ଅବସରରେ ସ୍ବାସ୍ଥ୍ୟ କ୍ଷେତ୍ର ରେ ଉଲ୍ଲେଖନିୟ ସେବା ପାଇଁ ଡାକ୍ତର ସୁନୀଲ ତରେଇ, ଫାର୍ମାସିଷ୍ଟ ଶ୍ରୀ ଜଗନ୍ନାଥ ସାହୁ, (ଦୋଳବେଦିକଣ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ) ଫାର୍ମାସିଷ୍ଟ ଶ୍ରୀ ସୁବ୍ରତ କୁମାର କୁଣ୍ଡ ଏବଂ ଏ.ଏନ.ଏମ ଶ୍ରୀମତୀ ଝରଣା ଦାସ (ଚନ୍ଦନ ହଜୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର) ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ପୁରସ୍କୃତ କରିଥିଲେ| ଡି.ପି.ଏଚ.ସି.ଓ ଶ୍ରୀ ରବୀନ୍ଦ୍ର ପ୍ରଧାନ ସଭା ପରିଚାଳନା କରିଥିଲେ | ଅନ୍ୟ ମାନଙ୍କ ମଧ୍ଯ ରେ ଡି ପି ଏମ ଟି ନାରାୟଣ ରାଓ, ଅଶୋକ କୁମାର ସାହୁ, ସନ୍ତୋଷ ମିଶ୍ର, ପ୍ରଶାନ୍ତ କୁମାର ପରିଜା ଉପସ୍ଥିତ ଥିଲେ | ଶ୍ରୀ ମନୋଜ କୁମାର ପଣ୍ଡା, ସହକାରୀ ପରିଚାଳକ – ଆ.ଇ.ସି.ବି.ସି.ସି, ସ୍ବାସ୍ଥ୍ୟ ଦିବସ ପାଳନ ଅବସର ରେ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ |
Related Stories
November 24, 2024
November 24, 2024