
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀରେ ପର୍ଯ୍ୟଟକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ପୁରୀ ସି ବିଚ୍ ଥାନା ଅନ୍ତର୍ଗତ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଏକ ହୋଟେଲରୁ ପର୍ଯ୍ୟଟକଙ୍କ ମୃତ ଦେହ ଉଦ୍ଧାର ହୋଇଚି। ମୃତକ ହେଉଛନ୍ତି ଅନସ ଭି.କେ । ସେ କେରଳ ର ବାସିନ୍ଦା ବୋଲି ଜଣାପଡ଼ିଛି। ତେବେ ଖବର ପାଇବା ପରେ ସି ବିଚ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି। ସାଇଣ୍ଟଫିକ୍ଟିମ୍ ତଦନ୍ତ ମଧ୍ଯ କରୁଚି। ସୂଚନା ଅନୁଯାୟୀ ଗତ 2 ତାରିଖ ରେ ମୃତକ ଜଣଙ୍କ ପୁରୀ ଆସି ଏକ ହୋଟେଲରେ ରହିଥିଲେ। ସକାଳେ ତାଙ୍କର ଚେକ୍ ଆଉଟ ଥିଲା। ତେବେ ସେ କବାଟ ନ ଖୋଲିବାରୁ ହୋଟେଲ୍ ପକ୍ଷରୁ ପୋଲିସକୁ ଖବର ଦିଆଯାଇ ଥିଲା। ପରେ ପୋଲିସ ପହଂଚି କବାଟ ଲକ୍ ଖୋଲି ମୃତ ଦେହ ଉଧାର କରିଥିଲେ। ତେବେ ଫ୍ୟାନରେ ମୃତ ଦେହଟି ଏକ ଦଉଡ଼ିରେ ଝୁଲି ଥିବା ଅବସ୍ଥାରେ ରହିଥିଲା। ତେବେ ମୃତ ଦେହକୁ ଉଦ୍ଧାର କରାଯାଇ ପୋଷ୍ଟ ମଟମ ପାଇଁ ପଠା ଯାଇଚି। ମୃତକଙ୍କ ପାରିବାର ଲୋକଙ୍କୁ ପୋଲିସ୍ ପକ୍ଷରୁ ଖବର ଦିଆଯାଇଛି। ତାଙ୍କ୍ ଘର ଲୋକ ଆସିବା ପରେ ତଦନ୍ତ ଆହୁରି ବ୍ୟାପକ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।