
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗତ ଅକ୍ଟୋବରରେ ଟୋକିଓ ଠାରେ ଆୟୋଜିତ ଦାଣ୍ଡିଆ ମସ୍ତି ୨୦୨୨ରେ ଜଣେ ବ୍ୟକ୍ତିଙ୍କୁ ସିପିଆର ଓ ଏଇଡି ପ୍ରଦାନ କରି ତାଙ୍କ ଜୀବନ ରକ୍ଷା କରିଥିବାରୁ ଜାପାନରେ ରହୁଥିବା ଭାରତୀୟ ମହିଳା ସୁଶ୍ରୀ ଦୀପାଳି ଝାଭେରି ଓ ଶ୍ରୀ ଓଟାଙ୍କୁ ଜୋଟୋ ଫାୟାର ଷ୍ଟେସନ ଦ୍ୱାରା ସମ୍ମାନିତ କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଭାରତ ସ୍ଥିତ ଜାପାନ ଦୂତାବାସର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏହା ଜାଣି ଖୁସି ଲାଗିଲା ଏବଂ ଏହା ପୀଡିତଙ୍କୁ ଠିକଣା ସମୟରେ ସହାୟତା ପ୍ରଦାନର ଗୁରୁତ୍ୱକୁ ଦର୍ଶାଉଛି ।”