
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କୋରାପୁଟ ଜିଲ୍ଲାର ଲମତାପୁଟରେ ସର୍ବାଧିକ ୭୫.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କଟକ ଜିଲ୍ଲାର କଂଟାପଡ଼ାରେ ୫୮.୦ ମି.ମି., ରାୟଗଡ଼ା ଜିଲ୍ଲାର ପଦମପୁରରେ ୫୩.୨, କଟକ ଜିଲ୍ଲାର ବାଙ୍କୀରେ ୪୨.୦, କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲିରେ ୪୧.୦, କଟକରେ ୪୦.୨, କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୩୯.୨, ମାଲକାନଗିରି ଜିଲ୍ଲାର ପଡ଼ିଆରେ ୩୯.୨, କଟକ ଜିଲ୍ଲାର ମାହାଙ୍ଗାରେ ୩୮.୦, କଟକ ଜିଲ୍ଲାର ସାଲେପୁରରେ ୩୬.୦ ଏବଂ ଭୁବନେଶ୍ଵରରେ ସର୍ବନିମ୍ନ ୧.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।