
ଜୟପୁର (ରାଜସ୍ଥାନ), ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସରସଂଘଚାଳକ ଡଃ. ମୋହନ ଭାଗବତ ସମାଜର ସବୁ ବର୍ଗର ଲୋକେ ଦୃଢ଼ ସଂକଳ୍ପ ନେଇ ସେବା କରିବାକୁ ଆହ୍ଵାନ ଦେଇଛନ୍ତି । ସେ କହିଛନ୍ତି ଯେ, ସେବାର ଭାବ କରୁଣା ସହିତ ଜଡ଼ିତ ।
ସଂଘ ପ୍ରମୁଖ ଡଃ. ଭାଗବତ ଜୟପୁର ନିକଟ ଜାମଡୋଲି ସ୍ଥିତ କେଶବ ବିଦ୍ୟାପୀଠରେ ସେବା ଭାରତୀର ତୃତୀୟ ରାଷ୍ଟ୍ରୀୟ ସେବା ସଙ୍ଗମର ଉଦଘାଟନ ଅବସରରେ ଏହା କହିଛନ୍ତି ।