
ଦିବୃଗଡ଼, କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ଶୁକ୍ରବାର ଯୋଗ ମହୋତ୍ସବର ଆୟୋଜନ କରାଯାଇଛି । କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ଦିବୃଗଡ଼ ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ଯୋଗ ମହୋତ୍ସବରେ ଭାଗ ନେବା ସହିତ ଏହାର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ସେଠାରେ କେତେକ କେନ୍ଦ୍ର ମନ୍ତ୍ରୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀଙ୍କ ସହିତ ଅରୁଣାଚଳ ପ୍ରଦେଶ ଏବଂ ପୂର୍ବତର କେତେକ ରାଜ୍ୟର ସ୍ଵାସ୍ଥ୍ୟମନ୍ତ୍ରୀ ଏବଂ ଆସାମର କେତେକ ମନ୍ତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଦିବୃଗଡ଼ ବିଶ୍ଵବିଦ୍ୟାଳୟ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କ୍ରୀଡ଼ା ସଂସ୍ଥାନର ହଜାର ହଜାର ସଂଖ୍ୟାରେ ଛାତ୍ର ସାମିଲ୍ ହୋଇଥିଲେ ।