ଭବାନୀପାଟଣା, ଆଜି ଭବାନୀପାଟଣା ବ୍ଲକ ଗୁର୍ଜୁଙ୍ଗ ପଂଚାୟତ ଭେଜିପଦର (ଡ଼ଙ୍ଗାପାଖାନ ) ଠାରେ ଯାକଜମକରେ ଷୋହଳ ପ୍ରହର ନାମଯଜ୍ଞର ଉଦଯାପନୀ ହୋଇଛି। ଏହି ଷୋହଳ ପ୍ରହର ନାମଯଜ୍ଞ ଗତ ୫ ତାରିଖରୁ ଆରମ୍ଭ ହୋଇ ଆଜି ସମାପନ ହୋଇଛି। ଏହି ନାମଯଜ୍ଞରେ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଭକ୍ତ ସାମିଲ ହୋଇଥିଲେ। ଏଗାର ଗୋଟି କୀର୍ତ୍ତନ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ନାମଯଜ୍ଞରେ ଜିଲ୍ଲାର ବିଭିନ୍ନ ରାଜନେତା, ପୂର୍ବତନ ବିଧାୟକ, ବିଜେଡି ରାଜ୍ୟ ଉପସଭାପତି ମଣ୍ଟୁ ନାଏକ, ଲଳିତା ନାଏକ, ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ହୃଦାନନ୍ଦ ସାହୁ ଲୋକ ପ୍ରତିନିଧି ମାନେ ଅଂଶଗ୍ରହଣ କରି ଠାକୁର ଦର୍ଶନ କରିବା ସହ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ଷୋହଳ ପ୍ରହର ନାମ ଯଜ୍ଞରେ ପୂର୍ବତନ ସରପଞ୍ଚ ଶ୍ରୀମତୀ ଲଳିତା ସାହୁ ଦମ୍ପତି କର୍ତ୍ତା ଭାବରେ ବସିଥିବା ବେଳେ, ଶୈଳେନ୍ଦ୍ର ସତପଥୀ ପୌରହିତ୍ୟ, ପୂଜକ ଭାବରେ ମନ୍ତ୍ର ପାଠ, ଯଜ୍ଞ କାର୍ଯ୍ୟ କରିଥିଲେ ଏବଂ ଷୋହଳ ପ୍ରହର ମଣ୍ଡପ ଜୟକୃଷ୍ଣ ବେହେରା, ମଧୁସୂଦନ ମାଝୀ ପରିଚାଳନା କରିଥିବା ସହ ଗ୍ରାମବାସୀ ସମସ୍ତେ ଏଥିରେ ସହଯୋଗ କରିଥିଲେ। ଅନ୍ନ ଛତ୍ର ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ। ଏହି ଯଜ୍ଞ ର ଆର୍ଥିକ ବ୍ୟବସ୍ଥାକୁ ସୁଶୀଲ କୁମାର ସାହୁ, ତନୁ କେତକୀ ପରିଚାଳନା କରିଥିଲେ।