
ବଲାଙ୍ଗିର, ଆଜି ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀ ନଗର ତରଫରୁ ଚଉସ୍ତରି ତମ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳନ କରାଯାଇଛି । ସ୍ଵାସ୍ଥ୍ୟ ମଣିଷର ଏକ ମୌଳିକ ଆବଶ୍ୟକତା ଓ ଅଧିକାର ମଧ୍ୟ। ଦେହ ଓ ମନ ଭଲ ନରହିଲେ, ମଣିଷ ଠିକ୍ ଭାବରେ ଜୀବନ ଧାରଣ କରିପାରିବ ନାହିଁ । ସ୍ଵାସ୍ଥ୍ୟ କେବଳ ଶାରିରୀକ ସୁସ୍ଥତାକୁ ବୁଝାଏ ନାହିଁ, ମାନସିକ ଓ ସାମାଜିକ ସୁସ୍ଥତାକୁ ମଧ୍ୟ ବୁଝାଏ ଏହାପାଇଁ ସରକାରଙ୍କ ଉଦ୍ଦିଷ୍ଟ ସ୍ଵାସ୍ଥ୍ୟ ନିୟମାବଳୀକୁ ପାଳନ କଲେ ଜୀବନ ଧାରଣ ସଠିକ ହେବା ସଂଗେ ସଂଗେ ଆମ ସମାଜରେ ଘଟୁଥିବା ବିଭିନ୍ନ ସଂକ୍ରମଣ ଓ ଅଣସଂକ୍ରମଣ ରୋଗର ମୁକାବିଲା କରାଯାଇ ପାରିବ ବୋଲି ସହରାଞ୍ଚଳର ମେଡିକାଲ ଅଫିସର ଡା. ଆଶିଷ ବିଶ୍ଵାସ ଉଦବୋଧନ ଦେଇଥିଲେ। “ଆମ ପୃଥିବୀ, ଆମ ସ୍ବାସ୍ଥ୍ୟ” ନିର୍ଦ୍ଦିଷ୍ଟ ବିଷୟ ଉପରେ ସ୍ଵାସ୍ଥ୍ୟକେନ୍ଦ୍ରର ସ୍ଵାସ୍ଥ୍ୟ ନିରୀକ୍ଷିକା ମାମୀ ସିଂଦେଓ, ରୋଜାଲିନା ହୋତା ଉପସ୍ଥିତ ସମସ୍ତ ଜନ ସାଧାରଣଙ୍କୁ ଅବଗତ କରାଇ ଥିବା ବେଳେ ଅନୁଷ୍ଠାନର ସୂର୍ଯ୍ୟଂସୀ ହୋତା ସୁଷମ ଓ ନିରାପଦ ଖାଦ୍ୟ ମଣିଷ ପାଇଁ ଏକ ଅପରିହାର୍ଯ୍ୟ, ତେଣୁ ଯଥେଷ୍ଟ ପରିମାଣର ଅର୍ଥ ସ୍ଵାସ୍ଥ୍ୟ ରକ୍ଷା ପାଇଁ ଏବଂ ପ୍ରଦୂଷଣ କମ୍ କରିବା ପାଇଁ ଖର୍ଚ୍ଚ ହେବା ଆବଶ୍ୟକ। ଯାହାଦ୍ଵାରା ପରିବେଶ ଭଲ ରହିଲେ ହିଁ ଆମ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ ବୋଲି ଜଣାଇଥିଲେ।
ସରକାର ଉଭୟ କେନ୍ଦ୍ର ଓ ରାଜ୍ୟ କରୋନା ଆକ୍ରାନ୍ତଙ୍କ ମାଗଣା ଚିକିତ୍ସାଠାରୁ ଆରମ୍ଭ କରି ସମୁହ ଟିକାକରଣ ଯାଏଁ ଅଭିଯାନ ଚଳାଇଛନ୍ତି । ସ୍ଵାସ୍ଥ୍ୟ ଭିତିଭୂମିକୁ ସଜାଡିବା ପାଇଁ ପ୍ରତିବର୍ଷ ସ୍ଵାସ୍ଥ୍ୟ ବଜେଟରେ ଅନେକ ବ୍ୟୟବରାଦ ମଧ୍ୟ କରାଯାଉଛି । ତେବେ ନିଜର ଏବଂ ନିଜ ପରିବାରର ସ୍ଵାସ୍ଥ୍ୟ କିପରି ସଠିକ ରହିବ ସେନେଇ ନିଜେ ହିଁ ସଜାଗ ହେବା ଆବଶ୍ୟକ ବୋଲି ଅନୁଷ୍ଠାନର ନିର୍ଦ୍ଧେଶକ ଓ ଚେୟାରମ୍ୟାନ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ସଭିଙ୍କୁ ବାର୍ତ୍ତା ଦେଇଥିଲେ।