ଭୁବନେଶ୍ୱର, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡି । ୪ ବ୍ଲକ ଓ ଝାରସୁଗୁଡା ପୌର ପରିଷଦ ପାଇଁ ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । କିରମିରା ବ୍ଲକ୍ ଲାଗି ଅତନୁ ସବ୍ୟସାଚୀ ନାୟକ ଓ ଟୁକୁନି ସାହୁଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଥିବା ବେଳେ କୋଲାବିରା ବ୍ଲକ ଲାଗି ନିରଂଜନ ପୂଜାରୀ ଓ ସରୋଜ ମେହେର , ଝାରସୁଗୁଡ଼ା ବ୍ଲକ ପାଇଁ ପଦ୍ମନାଭ ବେହେରା ଓ ଅରୁଣ ସାହୁ , ଲଇକେରା ବ୍ଲକ ପାଇଁ ପ୍ରତାପ କେଶରୀ ଦେବ ଓ ଦିବ୍ୟଶଙ୍କର ମିଶ୍ର ଏବଂ ଝାରସୁଗୁଡ଼ା ପୌର ପରିଷଦ ଲାଗି ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଦଳ ପକ୍ଷରୁ ଏସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇଛି ।
ଏହା ପୂର୍ବରୁ ମଧ୍ୟ ବିଜେଡି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ନାୟକଙ୍କୁ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି । ପର୍ଯ୍ୟବେକ୍ଷକ ୩ ବରିଷ୍ଠ ନେତା ଝାରସୁଗୁଡ଼ା ଗସ୍ତ କରିଛନ୍ତି ।