ଭୁବନେଶ୍ୱର, ୮ କୋଟି ଟଙ୍କାର ଋଣ ହେରଫେର ମାମଲାରେ ଏସବିଆଇ ଫୁଲବାଣୀ ବ୍ରାଂଚ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ।
ଠକେଇ ନେଇ ରିଜିଓନାଲ ମ୍ୟାନେଜର ଇଓଡବ୍ଲୁ ରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଅନୁଯାୟୀ ଚାକିରି କରିନଥିବା ୫୯ ଜଣଙ୍କ ନାଁରେ ଚାକିରି ଲୋନ୍ ଉଠାଇ ଥିଲେ ଆଶୁତୋଷ । ସେହିପରି ପେନସନ ପାଉନଥିବା ୨୬ ଜଣଙ୍କ ନାଁରେ ପେନସନ୍ ଲୋନ୍ ଉଠାଇଥିଲେ । ମୋଟ ୮ କୋଟି ଟଙ୍କା ଉଠାଇ ନିଜ ସଂପର୍କୀୟଙ୍କ ନାଁରେ ଜମା କରିଥିବା ନେଇ ଅଭିଯୋଗ ହୋଇଥିଲା ।