ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏହି କ୍ରମରେ ଗୁରୁବାର ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଲରେ ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୩୫୯କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଂଟାରେ ୨୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି ।
ଅପରପକ୍ଷରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଦେଶ ଓ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଟେଷ୍ଟିଂ ଓ ସର୍ଭେଲାନ୍ସକୁ ବୃଦ୍ଧି କରାଯାଇଛି । ଅଧିକ ଟେଷ୍ଟିଂ ହେଉଥିବାରୁ ଆଗକୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବ । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି, ଆସନ୍ତା ୧୦ ଓ ୧୧ତାରିଖ ଦୁଇଦିନ ମକ ଡ୍ରିଲ୍ ହେବ । ଯେଉଁମାନଙ୍କ ପାଖରେ କରୋନା ଲକ୍ଷଣ ଅଛି, ସେମାନେ କରୋନା ଟେଷ୍ଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି ।