
ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ରାୟଗଡ଼ା ଜିଲ୍ଲାର ବିଷମକଟକରେ ସର୍ବାଧିକ ୪୮.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ରାୟଗଡ଼ା ଜିଲ୍ଲାର ପଦ୍ମପୁରରେ ୩୩.୫ ମି.ମି., କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୨୭.୦, ରାୟଗଡ଼ା ଜିଲ୍ଲାର ଆର. ଗୁଡାରେ ୨୬.୦, ରାୟଗଡ଼ାରେ ୨୫.୫, କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ ୧୮.୬, ଗଜପତି ଜିଲ୍ଲାର ନୂଆଗଡ଼ରେ ୧୮.୨, ଗଜପତି ଜିଲ୍ଲାର ଗୁମ୍ମାରେ ୧୬.୦ ଏବଂ କୋରାପୁଟ ଜିଲ୍ଲାର ପଟାଙ୍ଗିରେ ସର୍ବନିମ୍ନ ୧୩.୧ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।