ଜୟପୁର- ମାଣ୍ଡିଆ ଚାଷ ଅମଳ କରି ମାଣ୍ଡିଆ ଖୋଲାରେ ସଞ୍ଚୟ କରି ରଖିଥିଲେ ଚାଷୀ । ହେଲେ ଗତକାଲି ମଧ୍ୟ ରାତ୍ରରେ କେତେକ ଦୁର୍ବୁତ୍ତ ଚାଷୀଙ୍କ ମାଣ୍ଡିଆ ଖଳାରେ ନିଆଁ ଲଗାଇ ଦେଇଥିଲେ। ଫଳରେ ତାଙ୍କର ବର୍ଷ ତମାମ ପରିଶ୍ରମ ନିଆଁରେ ପୋଡି ପାଉଁଶ ହୋଇଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଡାବୁଗୁଡା ଗାଁ ରେ।
ଗାଁର ଚାରି ଜଣ ଚାଷୀ ମାଣ୍ଡିଆ ଚାଷ ଅମଳ କରି ଖଳାରେ ସଞ୍ଚୟ କରି ରଖିଥିଲେ। ହଠାତ୍ ମଧ୍ୟ ରାତିରେ ଦୁର୍ବୁତ୍ତ ମାନେ ମାଣ୍ଡିଆ ଖଳାରେ ନିଆଁ ଲଗାଇ ଦେଇଥିଲେ। ବହୁ ସମୟ ପରେ ଲୋକେ ଜାଣି ପାରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ନଷ୍ଟ ହୋଇଥିବା ମାଣ୍ଡିଆର ମୂଲ୍ୟ ତିନି ଲକ୍ଷରୁ ଉର୍ଦ୍ଧ୍ବ ହେବ ।