ଉତରକାଶୀ, ଉତରକାଶୀ ଜିଲ୍ଲାରେ ପୁଣି ଥରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଗୁରୁବାର ଭୋର୍ ପ୍ରାୟ ୫ଟା ୪୦ ମିନିଟ୍ ସମୟରେ ଭୂକମ୍ପର ଏହି ଝଟକା ଅନୁଭୂତ ହୋଇଛି । ଲୋକ ମାନେ ଏହା ଜାଣିବା କ୍ଷଣି ଜୀବନ ବିକଳରେ ଘରୁ ପଦାକୁ ବାହାରି ଆସିଥିଲେ ।
ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଉତରକାଶୀ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଉତରକାଶୀ ଜିଲ୍ଲା ମୁଖ୍ୟାଳୟ ନିକଟ ମାଣ୍ଡୋ ଗ୍ରାମ ଜଙ୍ଗଲରେ ରହିଛି । ତେବେ ଭୂକମ୍ପର ତୀବ୍ରତା ଅଧିକ ନଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ ।