କୋଲକାତା, ପଶ୍ଚିମବଙ୍ଗରେ ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ ପରେ ଦେଖାଦେଇଥିବା ସାମ୍ପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ରାଜ୍ୟର ତିନୋଟି ଭାଗରେ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବାହିନୀ (ସିଏପିଏଫ)କୁ ମୁତୟନ କରାଯାଇଛି ।
ରାଜ୍ୟ ସଚ୍ଚିବାଳୟ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପତ୍ର ଲେଖାଯିବା ପରେ ବୁଧବାର ସଂନ୍ଧ୍ୟାରେ ଅର୍ଦ୍ଧସାମରିକ ବାହିନୀର ତିନି କମ୍ପାନୀକୁ ମୁତୟନ କରାଯାଇଛି । ଅର୍ଦ୍ଧସାମରିକ ବାହିନୀର ତିନି କମ୍ପାନୀ ମଧ୍ୟରୁ ଗୋଟିଏ କମ୍ପାନୀକୁ ରାଜଧାନୀ କୋଲକାତାରେ ମୁତୟନ କରାଯାଇଥିବା ବେଳେ ଆଉ ଗୋଟିଏ କମ୍ପାନୀ ଉତର ୨୪ ପ୍ରଗଣାର ବାରାକପୁର ଏବଂ ଅନ୍ୟ ଏକ କମ୍ପାନୀକୁ ହୁଗୁଳି ଜିଲ୍ଲାର ଚନ୍ଦନନଗର କମିଶନରେଟ ପୋଲିସ ଅଂଚଳରେ ମୁତୟନ କରାଯାଇଛି ।