କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଶିକ୍ଷା ଓ ଆଇନ୍ ମନ୍ତ୍ରୀ ସ୍ବର୍ଗତ ଗଙ୍ଗାଧର ମହାପାତ୍ର ଙ୍କ ୧୭ ତମ ବାର୍ଷିକ ଶ୍ରାଦ୍ଧ ଦିବସ ଜନ୍ମସ୍ଥାନ ବିଶ୍ଵନାଥ ପୁର ସ୍ଥିତ ଗୋପୀନାଥ ଦେବ ବିଦ୍ୟାପୀଠ ରେ ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମ ଦେବତା ଶ୍ରୀ ଶ୍ରୀ ଗୋପୀନାଥ ଦେବ ଙ୍କ ମନ୍ଦିର ପାର୍ଶ୍ଵ ରେ ସ୍ଥାପିତ ସ୍ବର୍ଗତ ମହାପାତ୍ର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ସ୍ମୃତି ସଭା ସ୍କୁଲ ର ସଭାଗୃହ ରେ ଆୟୋଜିତ ହୋଇ ଥିଲା। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ତ୍ରିପାଠୀ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଙ୍କ ସହ ସ୍ବର୍ଗତ ଗଙ୍ଗାଧର ମହାପାତ୍ର ଙ୍କ ପୁତ୍ର ତଥା ଗଙ୍ଗାଧର ସ୍ମୃତି କମିଟି ର ସଂଯୋଜକ ବରିଷ୍ଠ ଆଇନଜୀବି ଶ୍ରୀ ଉମାବଲ୍ଲଭ ମହାପାତ୍ର , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରାଧାକାନ୍ତ ଦାଶ, ଆଇନଜୀବୀ ଶ୍ରୀ ପୁଷ୍କର ମହାପାତ୍ର, ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ଅଧିକାରୀ ଶ୍ରୀ ବାସୁଦେବ ସାହୁ,ସ୍ମୃତି କମିଟି ର ସମ୍ପାଦକ ଶ୍ରୀ ବିପିନ ବିହାରୀ ଦଳାଇ, ସତ୍ୟବାଦୀ ସେବା ଟ୍ରଷ୍ଟ ର ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ରଥ ତଥା ବହୁ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ବର୍ଗତ ମହାପାତ୍ର ଙ୍କ ସ୍ମୃତି ଚାରଣ କରିଥିଲେ। ତାଙ୍କ ର ନିଷ୍ଠା ଓ ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ପିଲା ମାନଙ୍କୁ ଉପଦେଶ ଦେବା ସହ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ପୁରସ୍କାର ତଥା ସମବେତ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
Related Stories
November 24, 2024
November 24, 2024