ସ୍ୱରାଷ୍ଟ୍ର ବିଭାଗର ନିର୍ଦ୍ଦେଶ କ୍ରମେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ୮୨୦୦ ଇଭିଏମ ମେସିନ ଆସି ପହଞ୍ଚିଛି।ଏଥିରେ ୪୧୦୦ ଗୋଟି ବାଲାଟ ୟୁନିଟ ଓ ୪୧୦୦ ଗୋଟି କଣ୍ଟ୍ରୋଲ ୟୁନିଟ ସାମିଲ ଅଛି।ଏଗୁଡିକ ପେଣ୍ଠକଟା ସ୍ଥିତ ଇଭିଏମ ଗୋଦାମ ନିକଟରେ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଇଭିଏମ ମେସିନ ଗୁଡିକୁ ପ୍ରତ୍ୟକ୍ଷ କରିଥିଲେ।ଅପର ପକ୍ଷରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ମେସିନ ଗୁଡିକୁ ମଧ୍ୟ ଦେଖିଥିଲେ।ଇସିଆଇଏଲ,ହାଇଦ୍ରାବାଦ ଦ୍ଵାରା ପ୍ରସ୍ତୁତ ଏହି ମେସିନ ଗୁଡିକୁ କଡା ସୁରକ୍ଷା ମଧ୍ୟରେ ହାଇଦ୍ରାବାଦ ରୁ ଅଣାଯାଇଥିଲା। ସେହିପରି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହାକୁ ଗୋଦାମ ରେ ରଖାଯାଇଛି ବୋଲି ଡେପୁଟି କଲେକ୍ଟର ଶ୍ରୀ ପାତ୍ର ଜଣାଇଛନ୍ତି।
Related Stories
November 24, 2024
November 24, 2024