ଧର୍ମଶାଳା,ଦୁର୍ଘଟଣା ପରେ ଜଳିଗଲା ଟ୍ରଲର। ଘଟଣାସ୍ଥଳରେ ଟ୍ରଲର ଡ୍ରାଇଭର ପୋଡି ହୋଇ ମୃତ। ହେଲପର ଗୁରୁତର ଭାବେ ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ନିକଟରେ। ସୂଚନା ମୁତାବକ ଆଜି ଭୋର ସମୟରେ ଜାତୀୟ ରାଜପଥରେ ବ୍ରେକ ଡାଉନ ହୋଇ ଛିଡା ହୋଇଥିବା ଏକ ଟ୍ରକ ପଛରେ ରଡ଼ ଵୋଝେଇ ଏକ ଟ୍ରଲର ଧକ୍କା ଦେଇଥିଲା। ଫଳରେ ଟ୍ରଲରର ସମ୍ମୁଖ ଭାଗ କ୍ୟାବିନରେ ନିଆଁ ଲାଗିଯାଇଥିଲା। ଗାଡି ଭିତରେ ଥିବା ଡ୍ରାଇଭର ସମ୍ଭବତଃ ଚାପି ହୋଇ ରହିଯିବାରୁ ସେ ଜଳି ଯାଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଏପଟେ ଗାଡିର ହେଲପର ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ବଡ଼ଚଣା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଂଚି ରାସ୍ତାରୁ ଗାଡି ହଟାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଏପଟେ ଧର୍ମଶାଳା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।
Related Stories
November 24, 2024
November 24, 2024