ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭୁଟାନ ରାଜା ମହାମହିମ ଜିଗ୍ମେ ଖେସାର ନାମଗ୍ୟାଲ ୱାଙ୍ଗଚୁକଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଭୁଟାନ ରାଜା ମହାମହିମ ଜିଗ୍ମେ ଖେସାର ନାମଗ୍ୟାଲ ୱାଙ୍ଗଚୁକଙ୍କୁ ସ୍ୱାଗତ କରି ଅତ୍ୟନ୍ତ ଖୁସି । ଆମ ବୈଠକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଫଳପ୍ରଦ ଥିଲା । ଆମେ ଭାରତ-ଭୁଟାନ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବା ପାଇଁ ନିଜ ଘନିଷ୍ଠ ବନ୍ଧୁତ୍ୱ ଓ ଦ୍ରୁକ ଗ୍ୟାଲପୋ ଦୃଷ୍ଟିକୋଣକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛୁ ।”