ସୁବର୍ଣ୍ଣପୁର,ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନର୍ଭଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍କଳ ଦିବସ ଓ ରାହାଗିରି କାର୍ଯ୍ୟକ୍ରମ ର ଏକ ସମୀକ୍ଷା ବୈଠକ ହୋଇଥିଲା l ଏହି ବୈଠକ ରେ ପ୍ରଥମେ ରାଜ୍ୟ ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ରେ ଡିଜିପି ଡ଼ିସ୍କ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ ହୋଇ ଜ଼ିଲ୍ଲା ପାଇଁ ଗୌରଵ ଆଣିଥିବା ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା ଙ୍କୁ ଜ଼ିଲ୍ଲା ପ୍ରଶାସନ ଓ ଉପସ୍ଥିତ ସହର ର ସମସ୍ତ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଏଇ ସଫଳତା ର ଶ୍ରେୟ ଆପଣ ମାନଙ୍କ ର ସମଗ୍ର ଜ଼ିଲ୍ଲାବାସୀ ଙ୍କ ର ବୋଲି ଏସପି ଶ୍ରୀ ପଣ୍ଡା ସଭାରେ ବକ୍ତବ୍ୟ ରଖିଥିବା ବେଳେ ସଡ଼କ ସୁରକ୍ଷା ଉପରେ ସମସ୍ତ ଙ୍କୁ ସଚେତନ କରି ଦୁର୍ଘଟଣା ମୁକ୍ତ ଜ଼ିଲ୍ଲା ଗଢ଼ିବାକୁ ଓ ଦୁର୍ଘଟଣା ମୃତ୍ୟୁ ହାର ରୋକିବା ରେ ପୂର୍ବ ରୁ ରେକର୍ଡ ଥିବା ସୁବର୍ଣ୍ଣପୁର ଜ଼ିଲ୍ଲା ର ଏହି ରେକର୍ଡ କୁ ବଜାୟ ରଖିବା ପାଇଁ ଶ୍ରୀ ପଣ୍ଡା ସମସ୍ତ ଙ୍କୁ ନିବେଦନ କରିଥିଲେ l ସେହିପରି ପୋଲିସ କଲୋନୀ ଠାରେ ଆୟୋଜିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମ୍ବଲପୁର ଆରଡିସି ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ମଧ୍ୟ ଏସପି ଶ୍ରୀ ପଣ୍ଡା ଙ୍କୁ ସ୍ୱାଗତ ଶୁଭେଚ୍ଛା ଜଣାଇଥିଲେ l ରାହାଗିରି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ସ୍ୱଚ୍ଛ ଭାରତ, ଯୋଗଳୟ, ସୋନପୁର କଲେଜ ଏନସିସି, ସମେତ ସହର ର ସମସ୍ତ ସ୍ବେଛାସେବୀ ଅନୁଷ୍ଠାନ କୁ ଜ଼ିଲ୍ଲାପାଳ ନର୍ଭଣେ ଧନ୍ୟବାଦ ଅର୍ପଣ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଏବଂ ଏ ଉତ୍ସବ ଆପଣ ମାନଙ୍କ ର ବୋଲି ମତ ରଖି ଆଗାମୀ ଦିନରେ ଏହାକୁ ଆହୁରି ଭଲ ଭାବେ ଆୟୋଜନ କରିବାକୁ ସହଯୋଗ କାମନା କରିଥିଲେ l ଶେଷ ରେ ସମସ୍ତ ଅନୁଷ୍ଠାନ ର କର୍ମକର୍ତା ନିଜ ନିଜ ର ଅନୁଭୂତି ବାଣ୍ଟି ଜ଼ିଲ୍ଲାପାଳ ଓ ଏସପି ଙ୍କ ଏହି ଅଭିନଵ ଉଦ୍ୟମ କୁ ପ୍ରଶଂସା କରିଥିଲେ l
Related Stories
November 22, 2024