-
ରାଜ୍ୟ ସରକାର ଓବିସି ବର୍ଗକୁ କରୁଛନ୍ତି ଅବହେଳା – ସୁରଥ ବିଶ୍ୱାଳ
ଭୁବନେଶ୍ୱର, ଆସନ୍ତା କାଲି ବିଜେପିର ପ୍ରତିଷ୍ଠା ଦିବସ ଠାରୁ ୧୪ ତାରିଖ ଯାଏ ଅର୍ଥାତ୍ ଆମ୍ବେଦକର ଜୟନ୍ତୀ ଯାଏ ଗାଁ କୁ ଗାଁ ଘର ଘର ଚାଲ ଅଭିଯାନ ଡାକରା ଦେଇଛି ବିଜେପି ଓବିସି ମୋର୍ଚା । ରାଜ୍ୟ ସରକାର ଓବିସି ବର୍ଗ କୁ ଅବହେଳା କରିଥିବା ଅଭିଯୋଗ ନେଇ ୯ ଦିନ ଯାତ୍ରା ରେ ଓବିସି ମୋର୍ଚା ପଦଯାତ୍ରା, ଜନ ଜାଗରଣ ଯାତ୍ରା କରିବ। ବିଜେପିର ରାଜ୍ୟ ଓବିସି ମୋର୍ଚାର ସଭାପତି ସୁରଥ ବିଶ୍ୱାଳ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏହାସହ ଦୁଇ ମାସ ଧରି ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ଯାଏ ଚାଲିବ ପ୍ରତିବାଦ। ୨୭ ପ୍ରତିଶତ ସଂରକ୍ଷଣ ଶିକ୍ଷା କ୍ଷେତ୍ରରେ ନଦେଇ କାହିଁକି ବଞ୍ଚିତ କରୁଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର ଯେଉଁମାନଙ୍କୁ ଓବିସି ତାଲିକାରେ ରଖିଛନ୍ତି ରାଜ୍ୟ ସରକାର ସେମାନଙ୍କୁ ଏସଇବିସି ତାଲିକାରେ ସ୍ଥାନିତ କରୁ ନାହାଁନ୍ତି ।
ସେ କହିଛନ୍ତି ଯେ ସର୍ବାଧିକ ବର୍ଗ ହେଉଛନ୍ତି ଓବିସି । ରାହୁଲ୍ ଯେଭଳି ଆକ୍ଷେପ କରି ମନ୍ତବ୍ୟ ଦେଲେ ଏହି ବର୍ଗକୁ ତାହାକୁ ମର୍ମାହତ କରିଛି। ବିଜେଡ଼ି ରାଜ୍ୟର ୫୪% ଓବିସି ବର୍ଗ କୁ ବି ଭୁଆଁ ବୁଲାଉଛନ୍ତି। ବିଧାନସଭା ରେ ବିଲ୍ ଆଗତ କରି ଶେଷ ମୁହୂର୍ତ୍ତ ରେ ପ୍ରତ୍ୟାହାର କରି ନେଇଛନ୍ତି । ଶୈକ୍ଷିକ , ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସଂରକ୍ଷଣ ଲାଗି ଜାଣିଶୁଣି ବିଳମ୍ବ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।