ନୂଆପଡ଼ା,ନୂଆପଡ଼ା ରେଞ୍ଜ ଅଧିନ ଆମାନାରା ପଞ୍ଚାୟତରେ କିଛି ଦିନର ନୀରବତା ପରେ ପୁଣି ରକ୍ତମୁଖା ହୋଇଛି ବାଘୁଣୀ। ମଙ୍ଗଳବାର ସକାଳୁ ପାୱାରତୋଲା ଗାଁର ଜଣଙ୍କ ଗୁହାଳରୁ ବାଛୁରୀକୁ ଟାଣି ନେଇ ଖାଇଯାଇଛି ବାଘୁଣୀ । ସୂଚନାନୁଯାୟୀ, ଗତ ମାସେ ହେବ ଆମାନାରା ପଞ୍ଚାୟତ ମୁଷରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଶାବକ ସହ ବାଘୁଣୀ ଖାଦ୍ୟ ଅନ୍ଵେଷଣରେ ଆସି ଆଡ୍ଡା ଜମାଇ ବସିଛି । ସେହିଦିନ ଠାରୁ ଆମାନାରା ପଞ୍ଚାୟତ ତରିଆ ମହୁଆଭଟା ସମେତ ପାୱାରତୋଲା, ମୋହରାଡ଼ିହି ଗାଁରେ ଆତଙ୍କ ଚଳାଇଛି । ଗତ କିଛି ଦିନର ନୀରବତା ପରେ ପୁଣି ବାଘୁଣୀ ରକ୍ତମୁଖା ହୋଇଛି । ସୋମବାର ରାତିରେ ପାୱାରତୋଲା ଗାଁର ଚିଟିରାମ ସତନାମୀ ନିଜ ଗୁହାଳରେ ଗାଈ ଓ ବାଛୁରୀକୁ ବାନ୍ଧି ରଖିଥିଲେ । ବିଳମ୍ବିତ ରାତିରେ ବାଘୁଣୀ ମୁଷରଙ୍ଗୀ ଜଙ୍ଗଲରୁ ଶିକାର ପାଇଁ ବାହାରିଥିଲା । ପାୱାରତୋଲା ଗାଁର ଚିଟିରାମଙ୍କ ଗୁହାଳରେ ପଶି ବାଛୁରୀକୁ ଶିକାର କରିଛି । ବାଛୁରୀକୁ ଗୁହାଳରୁ ବାଡିକୁ ଟାଣି ନେଇ ବାଘୁଣୀ ଖାଇ ଯାଇଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିନଥିବା ଗାଁ ଲୋକେ କହିଛନ୍ତି । ଏବେ ବାଘୁଣୀ ଭୟରେ ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ଥିବା ନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
Related Stories
November 22, 2024