
ନୂଆଦିଲ୍ଲୀ, ଆଦାନୀ ଗ୍ରୁପରେ ଲାଗିଥିବା ୨୦ହଜାର କୋଟିର ବେନାମୀ ଟଙ୍କା କାହାର ବୋଲି ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି । ଏତେ ଟଙ୍କା କାହାର ଓ କେଉଁଠୁ ଆସିଲା ବିଜେପି ଜବାବ ରଖୁ ବୋଲି ରାହୁଲ କହିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଏଆଇସିସି କାର୍ଯ୍ୟାଳୟରେ ସିଇସି କମିଟି ବୈଠକରେ ସାମିଲ ହେବାକୁ ଯିବା ବେଳେ ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରାହୁଲ ।
ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ସିଇସି କମିଟି ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବ । ଟିକେଟ ବଂଟନ ଓ ଯୋଗ୍ୟ ପ୍ରର୍ଥୀଙ୍କୁ ନେଇ ବୈଠକରେ ବରିଷ୍ଠ ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।