
ନୂଆଦିଲ୍ଲୀ/ଭୁବନେଶ୍ୱର,ସ୍ୱାମୀ ଅସୀମାନନ୍ଦ ସରସ୍ୱତୀଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳ ସଦସ୍ୟ ତଥା ଶ୍ରୀରାମ ଜନ୍ମ ଭୂମି ଆନ୍ଦୋଳନର ସକ୍ରିୟ ଯୋଦ୍ଧା ପୂଜ୍ୟ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସମାଜ ସଂସ୍କାର ଦିଗରେ ତାଙ୍କର ମହତ ଉଦ୍ୟମ କାଳ କାଳକୁ ପ୍ରଭାବିତ କରିବ । ଅମର ଆତ୍ମାର ସଦଗତି କାମନା କରୁଛି । ଓଁ ଶାନ୍ତି ।