
ଭୁବନେଶ୍ୱର, ଓଡିଶାରେ ପୁଂଜି ନିବେଶ ପାଇଁ ଶିଳ୍ପପତିମାନଙ୍କୁ ଆକୃଷ୍ଠ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନରେ ପହଂଚିଛନ୍ତି । ଟୋକିଓରେ ପହଂଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ଓ ଦୂତାବାସ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ କର୍ପୋରେସନର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଇଜି ହାସିମୋଟୋଙ୍କୁ ଭେଟି ଆଲୋଚନା କରିବେ । ଆସନ୍ତାକାଲି ଜାପାନିଜ କମ୍ପାନୀ ସହ ଆଲୋଚନା କରିବେ ।ଏହାସହ ଜାପାନରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।
ସେହିପରି ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓକୁରା ଟୋକିଓରେ ଓଡ଼ିଶା ବିଜିନେସ୍ ମିଟକୁ ସମ୍ବୋଧନ କରିବେ । ପୁଞ୍ଜି ଖଟାଇବାକୁ ନିବେଶକାରୀଙ୍କୁ ନିମନ୍ତ୍ରଣ କରିବେ । ଓଡ଼ିଶା ବିଜିନେସ ମିଟରେ ୨୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ ସାମିଲ ହେବେ । ଓଡ଼ିଶାରେ ଶିଳ୍ପର ସୁଯୋଗ ନେଇ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ନିପନ ଷ୍ଟିଷ କର୍ପୋରେସନ୍ ର ଫ୍ୟାକ୍ଟ୍ରି ପରିଦର୍ଶନ କରିବେ ।
ଓଡିଶାରୁ ଯାଇଥିବା ପ୍ରତିନିଧି ଦଳରେ ଅଛନ୍ତି ଶିଳ୍ପ ମନ୍ତ୍ରୀ , ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗୀୟ ପ୍ରମୁଖ ସଚିବ, ଆଇଟି ବିଭାଗ ସଚିବ,ମୁଖ୍ୟମନ୍ତ୍ରୀଙ୍କ ସଚିବ, କ୍ରୀଡା ସଚିବ ଓ ଇପିକଲ୍ ର ଏମଡି ।