
ଭୁବନେଶ୍ୱର, ଝାରସୁଗୁଡା ଉପନିର୍ବାଚନ ପାଇଁ ୩ ଜଣିଆ ପର୍ଯ୍ୟବେକ୍ଷକ ଟିମ୍ ଘୋଷଣା କରିଛି ବିଜୁ ଜନତା ଦଳ । ଏହି ଟିମ୍ ରେ ଅଛନ୍ତି ପ୍ରସନ୍ନ ଆଚାର୍ଯର୍୍ୟ, ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକ ।
ସୂଚନାଯୋଗ୍ୟ ଯେ ଆସନ୍ତା ମଇ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ସ୍ୱର୍ଗତ ନବ ଦାସ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।