
ନୂଆଦିଲ୍ଲୀ/ଭୁବନେଶ୍ୱର, ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଉପଲକ୍ଷେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟ୍ କରିଛନ୍ତି ; ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଉପଲକ୍ଷେ ଶୁଭେଚ୍ଛା । ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ । ମଙ୍ଗଳମୟୀ ମା’ ହିଙ୍ଗୁଳାଙ୍କ ପାଖରେ ଜଗତର କଲ୍ୟାଣ କାମନା କରୁଛି ।