କେନ୍ଦୁଝର, ସୋମବାର ସକାଳୁ କେନ୍ଦୁଝର ସହର ସ୍ଥିତ ଡେଲି ମାର୍କେଟରେ ନିଆଁ ଲାଗିବା କାରଣରୁ ଅନେକ ଦୋକାନ ଜଳି ଯାଇଥିବା ବେଳେ ବିପୁଳ ମାତ୍ରାରେ ସମ୍ପତି ନଷ୍ଟ ହୋଇଯାଇଛି । ଏ ସମ୍ପର୍କରେ ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର ଟିମ ସେଠାରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି ।
ମିଳିଥିବା ସୂଚନା ଅନୁସାରେ ଆଜି ବଡ଼ି ଭୋର ସମୟରୁ କୌଣସି କାରଣ ବଶତଃ ଗୋଟିଏ ବାସନ ଦୋକାନରୁ ନିଆଁ ଲାଗିଥିଲା । ଧୀରେ ଧୀରେ ଏହା ପଚାଶ ରୁ ଅଧିକା ଦୋକାନକୁ ବ୍ୟାପି ଯାଇଥିଲା । ଏହି ମାର୍କେଟ ରେ ଲୁଗା , ବାସନ , ତେଜରାତି ଆଦି ବିଭିନ୍ନ କିସମର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ଵ ଉଠା ଓ ସ୍ଥାୟୀ ଦୋକାନ ରହିଛି । ବର୍ତମାନ ନିଆ ବାସନ ଦୋକାନ ରୁ ଆସି ଲୁଗା ଓ ଦୋକାନ ରେ ଲାଗିଛି ତେଣୁ ନିଆ ବର୍ତମୀନ ସୁଦ୍ଧା ପ୍ରାୟ ୫୦ ରୁ ଉର୍ଦ୍ଧ ଦୋବନ କୁ ଗ୍ରାସ କରିଛି । ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିବା ପାଇଁ ଲାଗିଛି ।