ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସୌର ଶକ୍ତି ବ୍ୟବହାର ତଥା ନିରନ୍ତର ବିକାଶ ପାଇଁ ଗୋଆ ସୋଲାର ରୁଫ୍ଟ୍ପ୍ ପୋର୍ଟାଲ ଏକ ଭଲ ପଦକ୍ଷେପ । ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ ଏବଂ ବିଦ୍ୟୁତ ବିଭାଗ ସହିତ ମିଳିତ ଭାବେ ଗୋଆ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (ଜିଇଡିଏ) ଦ୍ୱାରା ସୋଲାର ରୁଫ୍ଟୋପ୍ ଅନଲାଇନ୍ ପୋର୍ଟାଲ୍ goasolar.inବିକଶିତ ହୋଇଛି ।
ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତଙ୍କ ଏକ ଟୁଇଟ୍ ସୂତ୍ରର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ସୌର ଶକ୍ତି ବ୍ୟବହାର ଏବଂ ନିରନ୍ତର ବିକାଶକୁ ଆଗକୁ ନେବା ଦିଗରେ ଭଲ ପଦକ୍ଷେପ ।”