କନ୍ଧମାଳ ,ଫୁଲବାଣୀ ର ଜଣେ ବ୍ୟବସାୟୀ ସ୍ଥାନୀୟ ଏକ୍ସିସ୍ ବ୍ୟାଙ୍କ୍ ରେ ଜମା କରିବା ପାଇଁ ଏକ ବ୍ଯାଗରେ ଟଙ୍କା ନେଇ ବାଇକରେ ତାଙ୍କର ଗୁମାସ୍ତା ସହିତ ଯାଉଥିବା ବେଳେ ବ୍ୟାଙ୍କ ନିକଟରୁ ହିଁ ତାଙ୍କ ପଛପଟୁ ଆଉ ଏକ କଳା ରଙ୍ଗର ବଜାଜ୍ ପଲସର ବାଇକ ଯୋଗେ ଆସି ବ୍ୟବସାୟୀଙ୍କଠାରୁ ବ୍ଯାଗ ଝାମ୍ପି ଥିଲେ। ଫଳରେ ବ୍ୟବସାୟୀ ଅଜୟ ପାତ୍ର ଭାରସାମ୍ୟ ହରାଇ ରାସ୍ତା ଉପରେ ପଡି ଯାଇଥିଲେ। ଏହାର ସୁଯୋଗରେ ଲୁଟେରା ମାନେ ତାଙ୍କ ର ଟଙ୍କା ସମେତ ବ୍ଯାଗଟି ଲୁଟି ନେଇ ସେଠାରୁ ଫେରାର୍ ହୋଇ ଯାଇଥିଲେ। ତେବେ ସେହି ବ୍ୟାଗରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଥିବା କହିଛନ୍ତି ଅଜୟ ପାତ୍ରଙ୍କ ବଡ ଭାଇ ସାସ୍କର ପାତ୍ର। ଖବର ପାଇ ସାସ୍କର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଆହତ ଅଜୟ ପାତ୍ରଙ୍କୁ ଡାକ୍ତରଖାନା ପଠାଇ ଫୁଲବାଣୀ ଟାଉନ୍ ଥାନା ରେ ଏକ ଅଭିଯୋଗ କରି ଥିଲେ। ଅଭିଯୋଗ ପରେ ଟାଉନ୍ ଥାନା ଅଧିକାରୀ ଅଶୋକ କୁମାର ଗିରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ତେବେ ଏକ ଜନଗହଳି ଯାଗାରୁ ଉଜ୍ବଳ ଦିବା ଆଲୋକରେ ବ୍ୟବସାୟୀଙ୍କ ଠାରୁ ଏହିଭଳି ବଡ ଧରଣର ଲୁଟ୍ ହେବା ଘଟଣା ଫୁଲବାଣୀ ସହରରେ ଚହଳ ସୃଷ୍ଟି କରିଛି। ବ୍ୟବସାୟୀଙ୍କ ବ୍ୟାଗରେ ସମୁଦାୟ ୧୭ ଲକ୍ଷ ୫୦ ହଜାର ଟଙ୍କା ଥିବା ନେଇ ସୁଚନା ଦେଇଛନ୍ତି ସାସ୍କର ପାତ୍ର।
Related Stories
November 1, 2024