ବଲାଙ୍ଗିର,ଆଜି ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ କରାଟେ ସ୍କୁଲ ରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା ଏପ୍ରିଲ ୬ ତାରିଖରେ ଚୈତ୍ର ପୂର୍ଣ୍ଣିମା ତଥା କୁଲୁତା ଦିବସ ପାଳନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ସକାଳ ଘ.୭ ସମୟରେ ମାଁ ରାମଚଣ୍ଡିଙ୍କ ପୂଜାର୍ଚ୍ଚନା କରାଯିବ ଓ ଘ.୮.୩୦ ମି. ସମୟରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି । ଏହି ସଭାରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ, ସଂପାଦକ ଭୁବନେଶ୍ୱର ଭୋଇ, ଉପ-ସଭାପତି ଜିତେନ୍ଦ୍ର ବିଶ୍ୱାଲ, କୋଷାଧ୍ୟକ୍ଷ ଅମିତ ବାରିକ, ସଭ୍ୟ ଦିନେଶ ପ୍ରଧାନ, ବାସୁଦେବ ସାହୁ , ପ୍ରେମ କିଶୋର ସାହୁ ଓ ଉପଦେଷ୍ଟା ଶ୍ରୀମନ୍ତ ଗଡତ୍ୟା ତଥା ବିଭିନ୍ନ ବ୍ଲକର ଯୁବ ଭାଇମାନେ ଉପସ୍ଥିତ ଥିଲେ ।
Related Stories
November 1, 2024