ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) କୁ ୨୦୨୨-୨୩ ବର୍ଷରେ ହଟ୍ ମେଟାଲ୍ ଏବଂ ଅଶୋଧିତ ଇସ୍ପାତର ସର୍ବଶ୍ରେଷ୍ଠ ଉତ୍ପାଦନ ହାସଲ କରିଥିବାରୁ ପ୍ରଶଂସା କରିଛନ୍ତି ।
ଚଳିତ ବର୍ଷ ୧୯୪.୦୯ ଲକ୍ଷ ଟନ୍ ହଟ୍ ମେଟାଲ ଏବଂ ୧୮୨.୮୯ ଲକ୍ଷ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ ସହିତ ସେଲ୍ ପୂର୍ବବର୍ଷ ତୁଳନାରେ ଯଥାକ୍ରମେ ୩.୫% ଏବଂ ୫.୩% ବୃଦ୍ଧି ହାସଲ କରିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସୂଚାଇ ଦେଉଛି ଯେ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରତା ଆଡକୁ ଦୃଢ ପଦକ୍ଷେପ ନେଉଛି ।
ସେ ଟୁଇଟ୍ କରିଛନ୍ତି:
“ଏହି ଚମତ୍କାର ସଫଳତା ପାଇଁ ଅନେକ ଅଭିନନ୍ଦନ! ସେଲ୍ ର ଏହି ଉତ୍ପାଦନ ଦର୍ଶାଏ ଯେ କେବଳ ଇସ୍ପାତ ନୁହେଁ, ଦେଶ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମର୍ନିଭରଶୀଳ ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛି ।”