ଭୁବନେଶ୍ୱର – ଆସନ୍ତା ୨୭ ତାରିଖ ଠାରୁ ଛତିଶଗଡ଼ ଠାରେ ଆରମ୍ଭ ହେବାକୁ ଯାଉଥିବା ଏକ ତିନି ଦିନିଆ ଜାତୀୟ ଆଦିବାସୀ ମହୋତ୍ସବରେ ଯୋଗଦେବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଛତିଶଗଡ଼ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ ନିମନ୍ତ୍ରଣ କରିଛନ୍ତି । ବୁଧବାର ଦିନ ଲୋକସେବା ଭବନରେ ଗୃହମନ୍ତ୍ରୀ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱଜନ୍ୟମୂଳକ ସାକ୍ଷାତ କରି ଏହି ନିମନ୍ତ୍ରଣ କରିଥିଲେ । ସାକ୍ଷାତ ଓ ଆଲୋଚନା ପରେ ମନ୍ତ୍ରୀ ଶ୍ରୀ ସାହୁ ସାମ୍ବାଦିକ ମାନଙ୍କୁ ମହାନଦୀ ଜଳ ଆବଂଟନର ପ୍ରଶ୍ନର ଉତରରେ କହିଥିଲେ ଯେ, ଦୁଇ ରାଜ୍ୟର ହିତ ପାଇଁ ଏହି ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରାଯିବ ।
Related Stories
November 25, 2024