ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୨୫୦୦ କୋଟି ଟଙ୍କା ବିନିଯୋଗରେ ୧୧ଟି ଭିନ୍ନ ଭିନ୍ନ ଯୋଜନା ପାଇଁ ମିଜୋରମବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଏହି ଯୋଜନାଗୁଡିକର ଉଦଘାଟନ ତଥା ଶିଳାନ୍ୟାସ କରିଥିଲେ ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବିଭିନ୍ନ କ୍ଷେତ୍ରକୁ ସାମିଲ କରୁଥିବା ଏହି ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପ୍ରଗତି ପଥ ପ୍ରଶସ୍ତ ହୋଇଥିବାରୁ ମିଜୋରମବାସୀଙ୍କୁ ଅଭିନନ୍ଦନ ।”