
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଉତ୍କଳ ଦିବସ ପାଳନ ଅବସରରେ ଉର୍ଜାବାନ ଓଡିଶା ପରିବାର ପକ୍ଷରୁ ପୁରୀର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସଫା କରାଯିବା ସହ ମାଲ୍ୟାର୍ପଣ କରାଯାଇଛି l ଏହି ଅବସରରେ ସଂଗଠନର ସଭାପତି ସନ୍ତୋଷ ସେନାପତି ନିଜ ବକ୍ତବ୍ୟରେ ଓଡିଶା ଗଠନ ତଥା ଓଡିଆ ଭାଷା ସୁରକ୍ଷା ପାଇଁ ଓଡ଼ିଆ ବୀର ମାନଙ୍କ ଅବଦାନକୁ ସ୍ମୃତି ଚାରଣ କରିବା ସହ ତାଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ ପାଇଁ ନିଜ ବକ୍ତବ୍ୟରେ କହିଥିଲେ l ସଂପାଦିକା ନିହାରିକା ତ୍ରିପାଠୀ ସାମ୍ପ୍ରତିକ ସମୟରେ ଆଧୁନିକତା ନାମରେ ମାତୃଭାଷା ଓ ମାତୃଭୂମି କିପରି ଆଜି ଯୁବ ଗୋଷ୍ଠୀ ମାନଙ୍କ ଦ୍ଵାରା ଅବହେଳିତ ହେଉଛି ତଥା ଓଡିଆ ଅସ୍ମିତା ଦିନକୁ ଦିନ ଲୋପ ପାଇବାରେ ଲାଗିଛି ଯାହାର ପୁନଃରୁଦ୍ଧାର ନିତ୍ୟାନ୍ତ ଆବଶ୍ୟକ ବୋଲି ମତ ପୋଷଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରଙ୍ଗଲତା ପଟ୍ଟନାୟକ, ଜିତେନ୍ଦ୍ର ପାତ୍ର, ସନ୍ତୋଷ ମୁଖି, ଦେବେନ୍ଦ୍ର ସୁବୁଦ୍ଧି, ସତ୍ୟପ୍ରିୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l