ଉତ୍କଳ ଦିବସ ଅବସରରେ ପୁରୀ ମଙ୍ଗଳାଘାଟ ସ୍ଥିତ ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟ ଠାରେ ଆସ୍ୱସ୍ଥି ଏବଂ ଜୀବନ ବିନ୍ଦୁ ଓଡିଶା ମୋ ପରିବାରର ମିଳିତ ଅନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଏହି ରକ୍ତଦାନ ଶିବିରରେ ୧୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି| ଉକ୍ତ ରକ୍ତଦାନ ଶିବିରରେ ପୁରୀ ଜିଲ୍ଲା ସାଂସଦ ମାନ୍ୟବର ଶ୍ରୀଯୁକ୍ତ ପିନାକୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ | ଉତ୍କଳ ଦିବସ ଅବସରରେ ଓଡ଼ିଶାର ଇତିହାସ ଏବଂ ଗୌରବ ବିଷୟରେ ସମସ୍ତଙ୍କୁ ଉଦବୋଧନ ଦେବା ସହ ରକ୍ତଦାନର ମହତ୍ୱ କଥା ଶ୍ରୀ ମିଶ୍ର ସମସ୍ତଙ୍କୁ ବୁଝାଇଥିଲେ | ମୁଖ୍ୟ ବକ୍ତା ଭାବେ ପୁରୀ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ ଦେଇ “ରକ୍ତ ଦାନ ଏକ ଜୀବନ ଦାନ ସହ ସମାନ” ବୋଲି ରକ୍ତ ଦାତା ମାନଙ୍କୁ ବାର୍ତା ଦେଇଥିଲେ | ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସୁଭାସିସ ଖୁଣ୍ଟିଆ, ସହ ସଂଯୋଜକ ଶ୍ରୀଯୁକ୍ତ ଭଗବାନ ପ୍ରତିହାରୀ, ଡା. ସୁନୀଲ ତରେଇ, ଡା. ଅଶୋକ ମିଶ୍ର, ପୁରୀ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ଶ୍ରୀଯୁକ୍ତ ରବି ନାରାୟଣ ପ୍ରତିହାରୀ, ସିଂହଦ୍ୱାର ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରବି ନାରାୟଣ ଦାଶ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଜିତେନ୍ଦ୍ର ମିଶ୍ର, ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜେର ଶ୍ରୀଯୁକ୍ତ ଶଙ୍କର ପଣ୍ଡା, ଯୁବ ସମାଜସେବୀ ଅଜୟ କୁମାର ପ୍ରଧାନ, ଆଇନ ଯିବି ବିଶ୍ୱଜିତ ମହାପାତ୍ର, ସମାଜସେବୀ ସ୍ମିତାଞ୍ଜଳୀ ପତି, ଶିଶୁ ସାହିତ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ପଣ୍ଡା ଏବଂ ସମାଜସେବି ସତ୍ୟବ୍ରତ ସହୂ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ |ସକାଳ ୯ ଘଟିକା ଠାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମଟି ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିଲା |ଟ୍ରଷ୍ଟ ସଭାପତି ଆଇନଜୀବୀ ଦୀପକ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠାନର ସମସ୍ତ କର୍ମକର୍ତା ମାନଙ୍କ ସହଯୋଗରେ ଶୃଙ୍ଖଳିତ ଅନୁଷ୍ଠିତ ହୋଇଥିଲା |
Related Stories
November 24, 2024
November 24, 2024