ସୁବର୍ଣ୍ଣପୁର, ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ତହସିଲ ଅନ୍ତର୍ଗତ ଚିନ୍ଦାଜୁରୀ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୁଅ ବୋହୂଙ୍କ ଝଗଡ଼ା ରୋକିବାକୁ ଯାଇ ପୁଅର ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ବାପା ଗଙ୍ଗାଜଳ ମେହେର (୫୬) । ତାଙ୍କୁ ପ୍ରଥମେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ନିଶାସକ୍ତ ଅବସ୍ଥାରେ ପୁଅ ବିକ୍ରମ ମେହେର ଏକ ଚଢ଼େଇମରା ବନ୍ଧୁକରୁ ତାଙ୍କ ଉପରକୁ ଗୁଳି ଚଳାଇଥିବା ସୂଚନା ମିଳିଛି । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଆହତ ଗଙ୍ଗାଜଳଙ୍କ ପକ୍ଷରୁ ଏନେଇ ପୁଲିସରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।
Related Stories
November 22, 2024