ଭୁବନେଶ୍ୱର – ଆଜି ବିଧାନସଭା ସମ୍ମୁଖରେ ଥିବା ପୁରୁଣା ଏମଏଲ୍ କ୍ୱାଟର୍ସ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଭାଙ୍ଗିବା ଦାୟୀତ୍ୱ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡ଼ିଏ) ଉପରେ ନ୍ୟସ୍ତ କରାଯାଇଛି ।
ଖବର ନେବାରୁ ଜଣାଯାଏ ଯେ, ଭଙ୍ଗାଯିବା ପାଇଁ ଚିହ୍ନଟ ହୋଇଥିବା କ୍ୱାଟର୍ସ ମାନଙ୍କ ମଧ୍ୟରୁ କେତେକ କ୍ୱାଟର୍ସରେ ମରାମତି କାର୍ଯ୍ୟ ମଧ୍ୟ ଚାଲିଛି । ଯାହାକି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଭଙ୍ଗାଯିବାକୁ ଚିହ୍ନଟ ହୋଇଥିବା ଏହି କ୍ୱାଟର୍ସ ଗୁଡିକ ମଧ୍ୟରେ ପୋଲିସ ଫାଣ୍ଡି, ଆୟୁର୍ବେଦିକ, ହୋମିଓପାଥି କ୍ଲିନିକ୍ ରହିଛି । ସେଠାରେ ଦେଢ଼ରୁ ଦୁଇ ବର୍ଷ ମଧ୍ୟରେ ଅତ୍ୟାଧୁନିକ ୧୦ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରାଯିବ । ଏଥିରେ ପାର୍କ, ସନ୍ତରଣ, ଜିମ୍ ଆଦିର ସୁବିଧା ଉପଲବ୍ଧ ହେବ ।